Odia · Comprehension
Based on the provided Odia text, what is the tone of the passage? ନିମ୍ନ ଅନୁଚ୍ଛେଦଟିକୁ ପାଠ କରି ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ । ଶିଶୁଙ୍କୁ ଭାରତୀୟ ସମାଜରେ ଇଶ୍ଵରଙ୍କ ରୂପ ଭାବରେ ଗ୍ରହଣ କରାଯାଏ । ସେମାନେ ବଞ୍ଚିବାର ଉଦ୍ଦେଶ୍ୟ ଶିଖାନ୍ତି । ମନୁଷ୍ୟ ଏବଂ ପଶୁପକ୍ଷୀ ସେହି ପିଲାଙ୍କ ଲାଗି ସକାଳେ ନୀଡ଼ ଛାଡି ଖାଦ୍ୟ ସଂଗ୍ରହ ପାଇଁ ଯାଇ ସନ୍ଧ୍ୟାରେ ଫେରନ୍ତି । ସନ୍ତାନ ଜନ୍ମକୁ ପରିବାରରେ ସୌଭାଗ୍ୟର ଆଗମନ ଭାବରେ ଗ୍ରହଣ କରାଯାଏ । ଶିଶୁଟିଏ ଜନ୍ମ ହେଲେ ପରିବାରରେ ଖୁସିର ଲହରୀ ଖେଳିଯାଏ, ପାରସ୍ପରିକ ଆବେଗିକ ବନ୍ଧନ ଦୃଢ ହୁଏ । ପିତାମାତାଙ୍କର ସୁବିଧା-ଅସୁବିଧା ସମୟରେ ପିଲାମାନେ ସମର୍ଥନ ଦେଇଥାନ୍ତି । ମାନସିକ ବିଷାଦ ସମୟରେ ସେମାନେ ଖୁସିର ଲାଧ୍ୟମ ହୋଇଥାନ୍ତି । ସେମାନଙ୍କ ମୁହଁ ଚାହିଁ ଦେଲେ ସବୁ ଦୁଃଖ ଭୁଲି ହୋଇଯାଏ । ପିତାମାତାଙ୍କ ଭିତରେ ମନୋମାଳିନ୍ୟ ହେଲେ ପିଲାମାନେ ସେସବୁର ସମାଧାନ କରିଥାନ୍ତି । ଅନେକ ଜାଗାରେ ଦେଖା ଯାଇଛି ପିଲାଙ୍କ ଯୋଗୁଁ ବିବାହ ବିଚ୍ଛେଦ ପାଇଁ ଲଢ଼ିଥିବା ପତିପତ୍ନୀ ପୁଣି ଏକାଠି ହୋଇ ସୁଖରେ ସଂସାର କରିଛନ୍ତି । ଭାରତୀୟ ପରିବାରରେ ସନ୍ତାନ ବୃଦ୍ଧାବସ୍ଥାରେ ଆଶ୍ରୟ ଭାବରେ ଗଣା ହୁଅନ୍ତି । ଏସବୁ ଅନୁଭବ କରିବା ସତ୍ତ୍ୱେ ଆଜିର ଯୁବପିଢ଼ି ସନ୍ତାନ ପ୍ରଜନନ ଠାରୁ ଦୂରେଇ ଯିବା କେଉଁ ପ୍ରାଚୀନ ଯୁଗରୁ ସମାଜ ଓ ଦେଶକୁ ଗଢୁଥିବା ପବିତ୍ର ଅନୁଷ୍ଠାନ ପରିବାରର ଅସ୍ତିତ୍ଵ ପ୍ରତି ବିପଦ ସୃଷ୍ଟିକରିଛି । ଯୁବପିଢ଼ିର ସନ୍ତାନ ପ୍ରଜନନ ପ୍ରତି ପ୍ରତିକୂଳ ମନୋଭାବ ବିଭିନ୍ନ ସାମାଜିକ ବିଭ୍ରାଟ ସୃଷ୍ଟି କରିବାକୁ ଯାଉଛି । ଏହାର ନିରାକରଣ କେବଳ ସେହିମାନଙ୍କ ପାଖରେ । ଭବିଷ୍ୟତର ରୂପରେଖ ସମୟ ହାତରେ । Q. ଅନୁଚ୍ଛେଦର ସ୍ୱର କ’ଣ?
- 1বিଳୋଦନାତ୍ମକ
- 2ବ୍ୟଙ୍ଗ୍ୟାତ୍ମକ
- 3ଭାବପ୍ରବଣ, ସଚେତନତାମୂଳକ✓
- 4ତଥ୍ୟପୂର୍ଣ୍ଣ ଓ ବୈଜ୍ଞାନିକ
Correct answer
ଭାବପ୍ରବଣ, ସଚେତନତାମୂଳକ
Download Single Question PDF
Save this question and verified answer as a clean study sheet with live clickable link.
Share with Friends & Study Groups
Challenge your peer aspirants on WhatsApp or Telegram to solve this question!
Preparing for Odia?
Practice full-length Odia mock tests with real exam timers, instant score analysis, and all-India ranking.
Want more practice questions on Comprehension?
Solve complete topic-wise tests with detailed solutions on GkGet.
Related Practice Questions
Recommended practice questions in Odia · Comprehension